news-details

House Distribution under PM Awas Yojana to Begin from November

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅନ୍ତର୍ଗତରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖୁବ ଶୀଘ୍ର ଘର ମିଳିବ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି ଯେ, ଆସନ୍ତା ନଭେମ୍ବର ମାସରୁ ଘର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଭାଗ ହୋଇଥିବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ “ଅନ୍ତଦ୍ୟୋୟ” ଯୋଜନାରେ ଯୋଗ୍ୟ ପରିବାରମାନଙ୍କୁ ଘର ବଣ୍ଟନ କରାଯିବ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସମସ୍ତ ହିତାଧିକାରୀମାନେ ଘର ପାଇବେ । ମନ୍ତ୍ରୀଙ୍କ କହିବା ଅନୁସାରେ, ବର୍ଷୋ ବର୍ଷ ଧରି ନିଜ ଆବାସ ପାଇଁ ଅପେକ୍ଷା କରୁଥିବା ପରିବାରମାନଙ୍କୁ ସରକାର ଏହି ଯୋଜନା ମାଧ୍ୟମରେ ଘର ଯୋଗାଇବ । ଏହି ସହିତ, ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ପିଏମ୍‌ ଆବାସରେ ଘର ତିଆରି ପାଇଁ ପ୍ରତ୍ୟେକ ପରିବାରକୁ ୨ ଟ୍ରାକ୍ଟର୍ ବାଲି ମାଗଣା ଯୋଗାଇ ଦିଆଯିବ । ଏହିଥିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ଯେ, ପରମିଟ୍‌ ଇସ୍ୟୁ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟାନ୍ୟ ଯାନବାହନ ବ୍ୟବହାର ହେବ । ଘର ତିଆରି ପାଇଁ ବାଲି ଅଭାବର ସମସ୍ୟାକୁ ମୁକାବିଲା କରିବାକୁ ସରକାର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

EC publishes list of 65 lakh deleted voters in Bihar following Supreme Court order

Odisha to Engage 6,387 Retired Teachers as Guest Instructors for Academic Year 2025-26